ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ୩୧ ତାରିଖ ପୂର୍ବରୁ ପ୍ରକାଶ ପାଇବ +୨ କଳା ପରୀକ୍ଷାଫଳ କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଗଷ୍ଟ ୧୯ ତାରିଖରେ ପୂର୍ବାହ୍ନ ୧୧ଟା ୩୦ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଉନ୍ମୋଚନ କରିବେ । ଏହାପରେ ଛାତ୍ରଛାତ୍ରୀ www.orissaresults.nic.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଚଳିତବର୍ଷ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗ ପରୀକ୍ଷା ଦେଇଛନ୍ତି। ସୂଚନାଯୋଗ୍ୟ, ଯେ ଗତ ୧୨ ତାରିଖରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

Comments are closed.