ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ମୂଲ୍ୟାୟନ

ଭୁବନେଶ୍ଵର : ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ମୂଲ୍ୟାୟନ ଆରମ୍ଭ ହେବ । ରାଜ୍ୟର ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଳ୍ୟାୟନ କରାଯିବ । ଅଫଲାଇନରେ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ହେବ। ଏହା ପୂର୍ବରୁ ଜୁନ ପହିଲାରୁ ଅନ୍‌ଲାଇନ ଖାତା ଦେଖା ଜାରି ରହିଛି । ଯୁକ୍ତ ଦୁଇ ମୂଲ୍ୟାୟନରେ ୧୧ ହଜାର ଅଧ୍ୟାପକ ନିୟୋଜିତ ଅଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ କରୋନା ସଙ୍କଟ କାରଣରୁ ସଂକ୍ରମଣ ବ୍ୟାପିବା ଭୟରେ ମୂଲ୍ୟାୟନ ବନ୍ଦ ଥିଲା। ଯାହାକି ଆଜିଠୁ ଆରମ୍ଭ ହେବାକୁ ଯାଉଛି। ତେବେ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।

Comments are closed.