ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି ସିଏଚଏସଇ ପକ୍ଷରୁ ୩ଟି ବିଷୟର ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି। ସିଏଚଏସଇ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ ହୋଇଛି। ମେ’ ୧୯ରେ ହେବାକୁ ଥିବା ଏହି ୩ଟି ବିଷୟ ପରୀକ୍ଷା ମେ’ ୩୧ରେ ହେବ। ତେବେ ପୂର୍ବ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୂର୍ବସୂଚୀ ଅପରିବର୍ତ୍ତିତ ରହିବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଅପରପକ୍ଷରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସୂଚୀରେ କମ ବ୍ୟବଧାନ ଥିବାରୁ ଏଭଳି ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।

Comments are closed.