୩୧ ଯାଏଁ ବଢ଼ିଲା +୨ ପତ୍ର ବିନିମୟ ପାଠ୍ୟକ୍ରମ ନାମଲେଖା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚାଲିଥିବା +୨ ପ୍ରଥମ ବର୍ଷ (ଏକାଦଶ) ପତ୍ର ବିନିମୟ ପାଠ୍ୟକ୍ରମ (କରେସପଣ୍ଡେନ୍ସ କୋର୍ସ)ର ନାମଲେଖା ଅବଧି ବୃଦ୍ଧି କରାଯାଇଛି। ଏନେଇ ପରିଷଦ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ +୨ ପ୍ରଥମ ବର୍ଷ ପତ୍ର ବିନିମୟ କଳା ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ମାସ ୧୫ ରୁ ୩୧କୁ ମଧ୍ୟରେ ଆବେଦନ କରିପାରିବେ। ଆସନ୍ତା ୧୫ ତାରିଖ ପୂର୍ବାହ୍ଣ ୧୧ଟାରୁ ସାମ୍ସ ୱେବ୍‌ସାଇଟ୍‌କୁ ଯାଇ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌(ସଞ୍ଚାର ଜରିଆରେ) ଆବେଦନ କରିପାରିବେ। ଚଳିତ ମାସ ୩୧ ତାରିଖ ନାମଲେଖାର ଅନ୍ତିମ ତାରିଖ ଧାର୍ଯ୍ୟ କରାଯାଇଛି।
ଆସନ୍ତା ଫେବୃୟାରୀ ୨୫ରେ ନାମଲେଖା ପ୍ରକ୍ରିୟା ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପରିଷଦ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି।

Comments are closed.