ମାଓବାଦୀଙ୍କ ପିଏଲଜିଏ ସପ୍ତାହ : ସରକାରୀ ବସ ଚଳାଚଳ ବନ୍ଦ ସହ ସୁରକ୍ଷା ବ୍ୟବସ୍ଥା କଡାକଡି

ମାଲକାନଗିରି : ଗୁରୁବାରଠୁ ଆରମ୍ଭ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ହେବ । ତେବେ ଏହି ପିଏଲଜିଏ ସପ୍ତାହ ପାଇଁ ସମସ୍ତ ସରକାରୀ ଗାଡି ଚଳା ଚଳ ବନ୍ଦ ରହିିଛି । ମାଲକାନଗିରି ସୀମାକୁ ଲାଗି ଆନ୍ଧ୍ର ଓ ଛତିଶଗଡ ରାଜ୍ୟ ଥିବାରୁ ସିମାରେ ଯାଞ
ପ୍ରକ୍ରିୟା ମଧ୍ୟ ଯୋର ଦାର କରାଯିବା ସହ। ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ ରହିବା ପାଇଁ ସୂଚନା ଦିଆଯାଇଛି । ଏଥି ସହ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳ, ମାଥିଲିର ତୁଳସି ପାହାଡ ଭଳି ଅନେକ ଜଙ୍ଗଲ ଓ ଅଞ୍ଚଳ ଉପରେ ପୁଲିସ ପକ୍ଷରୁ କୁମ୍ବି କରାଯାଉଛି । ଏହି ପିଏଲଜିଏ ସପ୍ତାହରେ ମାଓବାଦୀ ମାନେ ଯେପରି କିଛି ଅଘଟଣା ନଘଟାନ୍ତି ସେଥି ପ୍ରତି ନଜର ରଖିବା ସହ ଗ୍ରାମବାସୀ ମାନେ ଯେଭଳି ଭୟଭିତ ନ ହେବେ ସେଥି ନିମନ୍ତେ ମଧ୍ୟ ନଜର ରହିଛି । ତେବେ ସରକାରୀ ଯାନ ବାହାନ ବନ୍ଦ ଥିବା ହେତୁ ବାହାରୁ ଆସିଥିବା ଯାତ୍ରୀ ମାନେ ସେମାନଙ୍କ ଗନ୍ଥବ୍ୟ ସ୍ଥାନକୁ ପହଁଚି ପାରୁ ନାହାଁନ୍ତି । ଏବଂ ବେସରକାରୀ ଗାଡି ଗୁଡିକରେ ମଧ୍ୟ ଅଧିକ ମାତ୍ରାରେ ଯାତ୍ରୀ ଯାଉଥିବା ଦେଖିବାକୁ ମିଳିଛି ।

Comments are closed.