ଆସିଡିଏସ୍ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଆରମ୍ଭ

ଫୁଲବାଣୀ:ବାଲିଗୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ(ଆସିଡିଏସ୍) ବିଭାଗ ପକ୍ଷରୁ ସିଡିପିଓ ଅନିତା ଦାସଙ୍କ ତତ୍ତ୍ବାବଧାନରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରର ସଭା ସମିତି ଆୟୋଜନ କରଯାଇ ପୃଷ୍ଟିସାର, ସ୍ୱତ୍ୱସାର ଯୁକ୍ତ ଖାଦ୍ୟ ସଂପର୍କରେ ମହିଳାମାନକୁଂ ସଚେତନ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି ଗର୍ଭବତୀ ମହିଳାମାନେ କିପରି ଶିଶୁର ଅଧିକ ଯତ୍ନ ନେଇ ପାରିବେ ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ସେହିଭଳି କରୋନା ମହାମାରିରୁ ସଚେତନତା ଅବଲମ୍ବନ କରିବା ପାଇଁ ହାତକୁ ପରିସ୍କାରରେ ଧୋଇବା ସହିତ ମାକ୍ସ ପରିଧାନ ଲାଗି ପରାମର୍ଶ ଦିଆଯାଇଛି। ମୋଟ ୧୯୨ଟି କେନ୍ଦ୍ରରେ ଏହା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସିଡ଼ିପିଓ ପ୍ରକାଶ କରିଛନ୍ତି।

Comments are closed.