ଗାଁ କଲ୍ୟାଣ ସମିତି ସୃଷ୍ଟି କଲା କରୋନା ସଚେତନତା

ଫୁଲବାଣୀ:ମହାମାରି କରେନା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରକାର ଉଦ୍ୟମ ଚାଲିଥିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଶ୍ରିପଡା ଗ୍ରାମର ୨ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜି ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଏକ କରୋନା ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ସ୍ୱାସ୍ଥ୍ୟକର୍ମି ଲିଲି ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ, ମା ଶାରଳା ଓ ମା ବାଞ୍ଜିମାହା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଯୋଗଦେଇ ମାଶ୍ରିପଡା ଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାକ୍ସ ବ୍ୟବହାର, ସାମାଜିକ ଦୁରତା ରକ୍ଷା କରିବା ଓ ସାନିଟାଇଜର ବ୍ୟବହାର କରିବା ବିଷୟରେ ଅଞ୍ଚଳବାସୀଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ ବାସୁମତୀ ମଲ୍ଲିକ ପରିଚାଳନା କରିଥିବା ବେଳେ ସମସ୍ତେ ମିଶି ମାଶ୍ରିପାଡା ଗାଁରେ ଥିବା ପୁକେରସାହି ଓ ମଝିସାହି, ଅଙ୍ଗନବାଡି କେନ୍ଦ୍ର ପରିସର, ଉପସ୍ୱାସ୍ଥ୍ୟକେନ୍ଦ୍ର ପରିସର ଗାଁରେ ଥିବା ନଳକୂପ ପରିସରକୁ ସଫା ସୁତୁରା କରିଥିଲେ। କାର୍ଯ୍ୟକ୍ରମରେ ଗାଁର ଅଙ୍ଗନବାଡି କର୍ମୀ, ଅାଶାକର୍ମୀ ସ୍ୱୟଂସହାୟକ ଗୋଷ୍ଠିର, ଚମ୍ପାବତି ମଲିକ, ସନାଦେବୀ ମଲିକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Comments are closed.