କନ୍ଧମାଳ ପଲିଟେକନିକ କଲେଜରେ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ

ଫୁଲବାଣୀ:କନ୍ଧମାଳ ପଲିଟେକନିକ୍ କଲେଜ ଫୁଲବାଣୀରେ ଛାତ୍ରଛାତ୍ରୀମାନଙ୍କୁ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ ପ୍ରଦାନ କରାଯାଇଛି। ଫୁଲବାଣୀ ଅଗ୍ନିଶମବିଭାଗ ପକ୍ଷରୁ କଲେଜର ଛାତ୍ରଛାତ୍ରୀମାନଙ୍କ ସମେତ କର୍ମଚାରୀମାନଙ୍କୁ ବିଭିନ୍ନ ବିପଦ ଆପଦ ବେଳେ ଜୀବନ ରକ୍ଷା ପାଇଁ ବିଭିନ୍ନ କୌଶଳ ସମେତ ଅଗ୍ନି ନିର୍ବାପନ ପାଇଁ ନାନା ପ୍ରକାରର କୌଶଳ ବାବଦରେ ତାଲିମ ପ୍ରଦାନ କରାଯାଇଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ସାହୁଙ୍କ ସମେତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ମକଡ୍ରିଲ ମାଧ୍ୟମରେ ବିଭିନ୍ନ କୌଶଳର ପ୍ରଦର୍ଶନ କରାଯାଇଥିଲା। ଅଗ୍ନିନିର୍ବାପନା କୌଶଳ ସବୁକୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା।

 

ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ମନୋଜ କୁମାର ସାହୁ ଏବଂ ସହକାରୀ ଅଗ୍ନିଶାମ ଅଧିକାରୀ ଦିଲ୍ଲିପ କୁମାର ରାଉତ ଏବଂ ତାଙ୍କ ସହକର୍ମୀମାନେ ମିଳିତ ଭାବରେ ଏହି ପ୍ରଦର୍ଶନ କରିଥିଲେ। ଏହି କୌଶଳ ସବୁ ଯେ କୌଣସି ବିପଦ ବେଳେ ପିଲାଙ୍କ କାର୍ଯ୍ୟକ୍ଷେତ୍ରରେ କାମରେ ଅସିବ ବୋଲି ପଲିଟେକନିକ କଲେଜର ଅଧ୍ୟକ୍ଷ କହିଥିଲେ।

Comments are closed.