ଫୁଲବାଣୀ ଓ ଟିକାବାଲିରେ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ଫୁଲବାଣୀ:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଛତିଗଡ଼ର ବିଜାପୁର-ସୁକମା ଠରେ ନକ୍ସଲ ମାନଙ୍କ ଦ୍ୱାରା ଆକ୍ରମଣ ଫଳରେ ସହିଦ୍ ହୋଇଥିବା ସମସ୍ତ ବୀର ଜବାନ ମାନଙ୍କୁ ଗୀଭୀର ଶ୍ରଦ୍ଦାଞ୍ଜଳୀ ଜ୍ଞାପନ କରାଯାଇଛି। ଫୁଲବାଣୀ ସଦର ମହକୁମା ଓ ଟିକାବାଲି ଠାରେ ଏହି ଶ୍ରଦ୍ଦାଞ୍ଜଳୀ ଜ୍ଞାପନ କରାଯାଇଛି। ଫୁଲବାଣୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ପ୍ରମୁଖ ଶିବାଶିଷ୍ ପଣ୍ଡା, ଜିଲା ସଂଯୋଜକ ଦିବ୍ୟରଞ୍ଜନ ଡ଼ାକୁଆ , ଫୁଲବାଣୀ ନଗର ସଂପାଦିକା ରାଜନନ୍ଦିନୀ ସାହାଣୀ, ଜିଲା ପାଠଶାଳା ପ୍ରମୁଖ ରଜତ ମହାପାତ୍ର, ଫୁଲବାଣୀ ନଗର ସହ ସଂପାଦକ ଅମିତ୍ ବେହେରା, ଜିଲା ଶ୍ରେୟନ୍ ମେହେର, ଉତ୍କଳ ଦାସ, ଆଶିଷ୍ ସାହୁ, ନିଖିଳ ମହାନ୍ତି ଓ ବିଦ୍ୟାର୍ଥୀ ପରିଷଦର ବହୁ କର୍ମକର୍ତ୍ତା ମାନେ ଏଥିରେ ସାମିଲ୍ ହୋଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସେହିଭଳି ଟିକାବାଲି ଠାରେ ମଧ୍ୟ ସହୀଦ ବୀର ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।

Comments are closed.