ପ୍ଲାଜମା ଥେରାପିକୁ ସଫଳତା : ହଜାରେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଦେଉଛି । ଏହାସହ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବିଭିନ୍ନ ଚିକିତ୍ସା ପଦ୍ଧତି ଓ ଥେରାପି ଆପଣା ଯାଉଛି। ବର୍ତ୍ତମାନ ପ୍ଲାଜମା ଥେରାପିରେ ସଫଳତା ମିଳୁଥିବା ଜଣାପଡ଼ିଛି । ଏହି ଚିକିତ୍ସା ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ବରଦାନ ସାଜିଛି। ରାଜ୍ୟରେ ଏଯାବତ ୧ ହଜାର ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ହଜାର ରୋଗୀଙ୍କୁ ପ୍ଲାଜମା ଚିକିତ୍ସା କରିବାର ଶ୍ରେୟ ପ୍ଲାଜମା ଥେରାପି ଟିମକୁ ଯାଉଛି ବୋଲି କୁହାଯାଉଛି।

Comments
Loading...