ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ଗୋପାଳପୁର ନିମନ୍ତେ ପ୍ରସ୍ତୁତି ବୈଠକ   

ଗୋପାଳପୁର : ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୋପାଳପୁର ଏନ୍ ଏ ସି କାର୍ଯ୍ୟାଳୟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠଙ୍କ ଅଧ୍ୟକ୍ଷତାରେ ଗୋପାଳପୁରକୁ ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇଏଏସ ପ୍ରବେଶନ ମିସ୍ ମଧୁମିତା , ବରିଷ୍ଠ ନାଗରିକ ମଞ୍ଚର ସଭାପତି ଭାଗିରଥି ଗୌଡ, ସମ୍ପାଦକ ହରିହର ସାହୁ, ଉପଦେଷ୍ଟା ପଞ୍ଚୁ ବେହେରା ମଞ୍ଚାସିନ ଥିଲେ । ଏଥିରେ ମିସ୍ ମଧୁମିତା କହିଥିଲେ ଯେ ଗୋପାଳପୁରକୁ ସ୍ୱଚ୍ଛ, ପ୍ଲାଷ୍ଟିକ, ପଲିଥିନ୍ ଓ ବାହ୍ୟ ମଳତ୍ୟାଗ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉଠା ଦୋକାନୀ ଓ ଘର ମାଲିକଙ୍କ ସହ ସେମାନଙ୍କ ଚାରିପାଖ ସଫାସୁତରା ରଖିବାକୁ କହିଥିଲେ। ଗୋପାଳପୁରରେ ଥିବା ୧୧ ଟି ୱାର୍ଡରେ ରାସ୍ତା, ଡ୍ରେନ ସଫା ସୁତାରା ରଖିବାକୁ କହିଥିଲେ। ଯେଉଁ ୱାର୍ଡରେ ସଫାସୁତାରା ଥିବ ସେହି ୱାର୍ଡର ସଫେଇ କର୍ମଚାରୀଙ୍କୁ  ଆର୍ଥିକ ପୁରସ୍କାର ଓ ଉଠାଦୋକନୀ ଏବଂ ଘର ମାଲିକଙ୍କୁ ପ୍ରତି ମାସରେ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ। ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ, ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ଗୋପାଳପୁର କୁ ଏକ ନମ୍ବର କରିବା ପାଇଁ ସମସ୍ତଙ୍କ ସାହଯୋଗ ଲୋଡିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏମ୍. ପୋତନା, ପୂର୍ବତନ ଅଧକ୍ଷ ଏ. ଜାନକୀ ରାମ, ପୁର୍ବତନ ଉପାଧ୍ୟକ୍ଷ ଇ.ଲୋକନାଥ, ପୂର୍ବତନ କାଉନସିଲର  ଜି.ମୋହନ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ବରିଷ୍ଠ ନାଗରିକ ମଞ୍ଚ, ମହିଳା ସଂଘ,ମତ୍ସ୍ୟଜୀବୀ ସଂଘ ଉପସ୍ଥିତ ରହି ଅଂଚଳର ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Comments are closed.