୨୦୨୦ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟ ହେବ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ଆସନ୍ତାବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଓଡିଶା ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ହେବ ବୋଲି ଘୋଷଣା କରାଯାଇଛି। ସହରାଞ୍ଚଳ ପରେ ବର୍ତ୍ତମାନ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯିବା ସହ ଏହାକୁ ଡିସପୋଜ କରାଯିବାର ସଠିକ ବ୍ୟବସ୍ଥା କରାଯିବ। ସମସ୍ତ ଜିଲ୍ଲାର ପ୍ଲାଷ୍ଟିକ ୱେଷ୍ଟ ଡିସପୋଜ ସେଣ୍ଟର ପ୍ରତିଷ୍ଠା କରାଯିବା ନେଇ ମଧ୍ୟ ବ୍ୟବସ୍ଥା କରିବା ପାଇଁ ପଞ୍ଚାୟତରାଜ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜଙ୍ଗଲ ଓ ଉନ୍ନୟନ ବିଭାଗ । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଷ୍ଟିକ ଗୁଡିକୁ ପୂର୍ତ୍ତ ବିଭାଗ ରାସ୍ତା କାମରେ ଲଗାଇବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛି।ପ୍ଲାଷ୍ଟିକର ବିକଳ୍ପ ଭାବେ କପଡା ବ୍ୟାଗ ଏବଂ ପେପର ବ୍ୟାଗ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି। ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ କପଡା ଏବଂ ପେପର ବ୍ୟାଗ ନିର୍ମାଣର ଦାୟିତ୍ୱ ଦିଆଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Comments are closed.