ଗାୟତ୍ରୀ ପ୍ରଜ୍ଞାପୀଠ ତରଫରୁ ଡମଣୀ ପୀଠରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ଚୌଦ୍ୱାର : ଚାରବାଟିଆ ହାଉସିଂ ବୋର୍ଡ଼ସ୍ଥିତ ଗାୟତ୍ରୀ ପ୍ରଜ୍ଞାପୀଠ ତରଫରୁ ମଙ୍ଗରାଜପୁର ପଞ୍ଚାୟତ ବେରେଣା ଗ୍ରାମ ନିକଟ ପାହାଡ ଜଙ୍ଗଲ ଘେରା ମା’ ଡମଡମଣୀ ପୀଠରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଣଭୋଜି ଦଳ ଓ ପର୍ଯ୍ୟଟକମାନେ ଏହି ପୀଠରେ ନିୟମିତ ଭାବେ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ, ପାଣି ବୋତଲ, ଜରି ଆଦି ପକାଇ ଛାଡି ଚାଲିଯାଇଥାନ୍ତି । ପରିତ୍ୟକ୍ତ ପ୍ଲାଷ୍ଟିକ୍ ଥାଳି, ଦନା, ଜରି ଆଦି ଖାଇ ବନ୍ୟଜନ୍ତୁ ମାନେ ବିଭିନ୍ନ ରୋଗର ଶୀକାର ହେବା ସହିତ ମୃତ୍ୟୁ ବରଣ କରିଥାନ୍ତି । ଏଥି ସହିତ ପୀଠ ଓ ଏହାର ଆଖପାଖ ଜଙ୍ଗଲର ପରିବେଶ ଅତିମାତ୍ରାରେ ପ୍ରଦୂଷିତ ହୋଇ ଯାଉଛି । ଲୋକଙ୍କ ଏହି କୁଅଭ୍ୟାସ ବିିରୋଧରେ ବିଚାରକ୍ରାନ୍ତୀ ଅଭିଯାନ ମାଧ୍ୟମରେ ଏକ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ସୃଷ୍ଟି କରିବା ଲକ୍ଷରେ ଗାୟତ୍ରୀ ପରିବାର ତରଫରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଚୌଦ୍ୱାର ଗାୟତ୍ରୀ ପରିବାରର ସଦସ୍ୟ ମାନେ ଡମଣୀ ପୀଠରେ ଶ୍ରମଦାନ କରି ପ୍ରାୟ ୫୦କିଲୋରୁ ଉର୍ଦ୍ଧ ପ୍ଲାଷ୍ଟିକ ଓ ଜରି ଆଦି ସଂଗ୍ରହ କରି ସେସବୁକୁ ପୋଡ଼ି ନଷ୍ଟ କରିବା ସହିତ ପୀଠକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ଏସମ୍ପର୍କରେ ସଚେତନ କରିଥିଲେ। ସଭାପତି ନିରଞ୍ଜନ ସାହୁ, ମନ୍ଦିର ପରିବ୍ରାଜକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ମୁରଲୀଧର ବରାଳ, କବିତା ବେହେରା, ସରିତା ନାୟକ, ଦୁର୍ଗା ଅଗ୍ରୱାଲ, ମୀନାକ୍ଷୀ ରାଉତରାୟ, ଉପ୍ସିତା ବେହେରା, ଜୟନ୍ତ କୁମାର ପାତ୍ର, ରବୀନ୍ଦ୍ର କୁମାର ରାଉତ, ସିମିତା ପୁର୍ତ୍ତିସ୍ତ୍ୟବ୍ରତ ସାମଲ ଓ ବସନ୍ତ କୁମାର ବେହେରା ପ୍ରମୁଖ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।

Comments are closed.