ପୁଣି ବଜାରରେ ପ୍ଲାଷ୍ଟିକ ଅଣ୍ଡା; ଚିନ୍ତାରେ ଖାଉଟି

ନବରଙ୍ଗପୁର : କିଛି ଦିନର ବ୍ୟବଧାନ ପରେ ବଜାରରେ ପୁଣି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଖାଉଟି ଏବେ ଚିନ୍ତାରେ ଖାଉଟି। ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରରେ ।

ପ୍ରାୟତଃ ସମସ୍ତଙ୍କ ଘରର ଛୁଆଙ୍କ ପ୍ରଥମ  ପସନ୍ଦ ଅଣ୍ଡା ଏବଂ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ । ଅଣ୍ଡାରେ କ୍ୟାଲସିୟମ ମାତ୍ରା ଅଧିକ ରହିଥିବାରୁ ଛୁଆଙ୍କ ସ୍ୱାସ୍ଥ୍ୟ ଗଠନ ପାଇଁ ଏହା ବେଶ ସହାୟକ ହୋଇଥାଏ ତେଣୁ ଅଧିକାଂଶ ଘରେ ପ୍ରାୟତଃ ଅଣ୍ଡାର ବ୍ୟବହାର ଅଧିକ ହୋଇଥାଏ । ଆଉ ଯେବେ ଏହି ଅଣ୍ଡା ଯଦି ନକଲି ବାହାରେ ତା ପୁଣି ପ୍ଲାଷ୍ଟିକ ର ଅଣ୍ଡା ତାହେଲେ ପରିସ୍ଥିତି କଣ ହେବ ତାକୁ ନେଇ ଚିନ୍ତାରେ ଖାଉଟି ।  ନବରଙ୍ଗପୁର ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।  ନବରଙ୍ଗପୁର ସହରର ସଂଗୀତା ସୁନା ନାମକ ଜଣେ ମହିଳା ନିକଟସ୍ଥ ଦୋକାନରୁ ୫ ଟି ଅଣ୍ଡା ଆଣି ତାକୁ ରୋଷେଇ କରିବା ପାଇଁ ପାଣି ରେ ସିଝାଇ ଥିଲେ । ଅଣ୍ଡା ସିଝିବା ସମୟ ଅତିକ୍ରାନ୍ତ ପରେ ସେଥିମଧ୍ୟରୁ ୪ ଟି ଅଣ୍ଡା ପାଣିରେ ବୁଡି ରହିଥିବା ବେଳେ ଗୋଟିଏ ଭାସୁଥିବାର ଦେଖିବାକୁ ପାଇଥିଲେ । ସବୁ ଅଣ୍ଡାର ଚୋପା ଛଡ଼ାଇବା ବେଳେ ସେଥିରୁ ଗୋଟିଏ ଅଣ୍ଡା  ପ୍ଲାଷ୍ଟିକ ବଲ ଆକୃତିର ଦେଖାଯାଇଥିଲା ଓ ଅନ୍ୟ ଅଣ୍ଡା ପରି ଚୋପା ଛାଡ଼ି ନଥିଲା । ସେହି ଅଣ୍ଡାର ଭିତର କେଶର ମଧ୍ୟ ଭିନ୍ନ ଧରଣର ଥିଲା ଯାହାକି କିଛି ବେଶନ ଗୁଣ୍ଡ ଭଳି ପାଣିରେ ମିଲେଇ ଯାଇଥିଲା । ଏହାପରେ ପରିବାର ଲୋକେ ତାହାକୁ  ପ୍ଲାଷ୍ଟିକ ଅଣ୍ଡା ଭାବି ତାକୁ ନିଆଁରେ ପୋଡିଥିଲେ । ସେହି ଅଣ୍ଡାର ଖଣ୍ଡ ଗୁଡିକ ପ୍ଲାଷ୍ଟିକ ଭଳି ପୋଡିବା ସହିତ ପ୍ଲାଷ୍ଟିକ ଦୁର୍ଗନ୍ଧ ବାହାରିଥିଲା  ଯାହା ନେଇ ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଥିଲା । ଯଦି ନକଲି ଅଣ୍ଡା କୁ ପିଲାଙ୍କୁ ଖାଇବାକୁ ଦେଇଥାନ୍ତେ ତାହେଲେ ସେମାନଙ୍କ ଅବସ୍ଥା କଣ ହୋଇଥାନ୍ତା ସେନେଇ ଚିନ୍ତାରେ ପଡିଯାଇଛନ୍ତି ପରିବାର । ପୂର୍ବରୁ ହୁଏତ ଅନେକ ଲୋକ ଭୁଲ ବଶତଃ ଏଭଳି ଅଣ୍ଡା ଖାଇଥାଇପାରନ୍ତି । ତେବେ ସମ୍ପୃକ୍ତ ଦୋକାନୀଙ୍କୁ ଏବିଷୟରେ ପଚାରିବାରୁ ସେ ସୁନୀଲ ନାମକ ଜଣେ ହୋଲସେଲ ଅଣ୍ଡା ବ୍ୟବସାୟୀ ନିକଟରୁ ଅଣ୍ଡା ଆଣି ବିକ୍ରି କରୁଥିବା କହିଛନ୍ତି । ତେବେ ଏ ସମ୍ପର୍କରେ ଆମେ ସମ୍ପୃକ୍ତ ହୋଲସେଲ ଅଣ୍ଡା ବ୍ୟବସାୟୀଙ୍କୁ ଯୋଗାଯୋଗ କରିବାରୁ ସେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ବଜାରରେ ଏଭଳି ନକଲି ଅଣ୍ଡା ବିକ୍ରି ଆରମ୍ଭ ହୋଇସାରିଥିବା ବେଳେ ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ତ ଅଣ୍ଡା ବ୍ୟବସାୟୀ ମାନଙ୍କ ଉପରେ ଚଢ଼ଉ କରି ଅଣ୍ଡାର ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି । ନବରଙ୍ଗପୁର ବଜାରରେ ଏଭଳି ନକଲି ସାମଗ୍ରୀର ରାଜୁତି ଚାଲିଥିବା ବେଳେ ଖାଦ୍ୟ ପଦାର୍ଥ ଭଳି ଏକ ସମ୍ବେଦନଶୀଳ ପଦାର୍ଥ ଉପରେ ଚଢ଼ଉ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Comments are closed.