ବଜାରରେ ପୁଣି ପ୍ଲାଷ୍ଟିକ୍‌ ଅଣ୍ଡା ଅଭିଯୋଗ

0

ମାଲକାନାଗିରି : କିଛି ଦିନର ବ୍ୟବଧାନ ପରେ ପୁଣି ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲକାନାଗିରି ଜିଲାରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଶୁକ୍ରବାର ହାଇଟେକ୍ କଲୋନୀର ଜଣେ ବ୍ୟକ୍ତି ଅଣ୍ଡା କିଣି ଘରକୁ ନେଇଥିଲେ । କିନ୍ତୁ ଅଣ୍ଡାଟି ସାଧାରଣ ଅଣ୍ଡା ପରି ନଥିବାରୁ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଅଣ୍ଡାର କେଶରକୁ ହାତରେ ଧରିଲେ ତାହା ଝୁଲିଲା ଭଳି ରହୁଥିଲା। ତେଣୁ ଏହା ପ୍ଲାଷ୍ଟିକ ଅଣ୍ଡା ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ଖାଦ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply