ପ୍ଲାଷ୍ଟିକ୍‍ ବୋତଲରେ ମହଲ

0

ସାଧାରଣତଃ ଘର ଇଟା ଓ ପଥରରେ ନିର୍ମିତ ହୋଇଥାଏ। ତେବେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‍ରେ ସୁନ୍ଦର ଘର ତିଆରି ହେବା ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ୨୦୧୮ରେ ଏହି ଘର ନିର୍ମାଣ କରି ଖୁବ୍‍ ଚର୍ଚ୍ଚାରେ ଥିଲେ ପାନାମାର ବିଜାୟୁ ନାମକ ଜନୈକ ବ୍ୟକ୍ତି। ଏପରିକି ଆଗାମୀ ଦିନଗୁଡ଼ିକରେ ଗାଁ ସାରା ଘର ପ୍ଲାଷ୍ଟିକ୍‍ରେ ନିର୍ମାଣ ହେବ ବୋଲି ସେ କହିଛନ୍ତି। ଆମେ ସାଧାରଣତଃ ମୃଦୁ ପାନୀୟ ପିଇସାରିବା ପରେ ବୋତଲକୁ ଫିଙ୍ଗି ଦେଇଥାଉ ବା ଅଦରକାରୀ ବସ୍ତୁ ବୋଲି ସାଇତି ରଖି ନଥାଉ। ବିଜାୟୁ ସେହି ପ୍ଲାଷ୍ଟିକ ବୋତଲର ପୁନଃ ବ୍ୟବହାର ନିମନ୍ତେ ଏକ ଅଭିନବ ଉପାୟ ଚିନ୍ତା କରି ସବୁ ବୋତଲ ସାଇତି ରଖି ଏପରି କାର୍ଯ୍ୟରେ ଲଗାଇଛନ୍ତି। ୪୦ ହଜାର ବୋତଲରେ ସେ ଏକ ଘର ନିର୍ମାଣ କରିଛନ୍ତି। ଏହା ୪ ମହଲା ବିଶିଷ୍ଟ। ଜୁଲାଇ ୨୦୧୬ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୮ ଏପ୍ରିଲରେ ସମାପ୍ତ ହୋଇଥିଲା। ବିଜାଉଙ୍କର ପ୍ଲାଷ୍ଟିକିଙ୍ଗ ରୋବଟ୍‌ ନାମରେ ଏକ ୱେବ୍‍ସାଇଟ୍‍ ରହିଛି। ପାନାମାରେ ୮୩ ଏକର କ୍ଷେତ୍ରଫଳଯୁକ୍ତ ଜମିରେ ପ୍ଲାଷ୍ଟିକ ବଟଲ ଭିଲେଜ ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ସେ। ଏହି ପ୍ରୋଜେକ୍ଟ ଅଧୀନରେ ଗ୍ରାମରେ ମୋଟ୍‍ ୧୨୦ ଘର ନିର୍ମାଣ ହେବ।

Leave A Reply