ପ୍ଲାଷ୍ଟିକ ପ୍ୟାକେଟରେ ଉପହାର ଦେଇ ଜୋରିମାନା ଦେଲେ ବେଙ୍ଗାଲୁର ମେୟର

ବେଙ୍ଗୁଲୁର . -ପ୍ଲାଷ୍ଟିକ୍‌ ପ୍ୟାକେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇ ବେଙ୍ଗାଲୁର ମେୟର ଜୋରିମାନା ଦେଇଛନ୍ତି । ବେଙ୍ଗାଲୁର ମେୟର ଗଙ୍ଗାମ୍ବିକା ମଲ୍ଲିକାର୍ଜୁନ ମୁଖ୍ୟମନ୍ତ୍ରୀ ୟେଦୁରମପ୍ପାଙ୍କୁ ଭେଟିବା ପାଇଁ ଯାଇଥିଲେ । ସେହି ସମସୟରେ ସେ କାଜୁ , ଖିସ୍‌ମିଶ୍‌ ଥିବା ଏକ ବଡ ଉପହାର ପ୍ୟାକେଟ୍‌କୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ଏହି ପ୍ୟାକେଟ ଉପରେ ଏକ ପ୍ଲାଷ୍ଟିକ୍‌ ଜରିରେ ଗୁଡିଆଯାଇଥିଲା । ଏହାର ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଅନେକ ଏହାକୁ ନାପସନ୍ଦ କରିଥିଲେ । ଏବି ବେଙ୍ଗାଲୁରରେ ପ୍ଲାଷ୍ଟିକ ନିଷେଧ କରାଯାଇଥିବା ବେଲେ ମେୟର ପ୍ଲାଷ୍ଟିକ୍‌ ଜରିରେ ଉପହାର ନେବାକୁ ଅନେକ ସମାଲୋଚନା କରିଥିଲେ ।

ପରେ ବେଙ୍ଗାଲୁର ନିଜ ଆଡୁ ୫୦୦ ଟଙ୍କା ଜୋରିମାନା ଦେଇଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ସେ ଏହାକୁ ସମ୍ମାନ କରିବା ସହ ଜୋରମାନା ଦେଇଥିବା କଥା ଉଲ୍ଲେଖ କରିଛନ୍ତି । କିଏ ଏହି ଉପହାରକୁ ପ୍ଲାଷ୍ଟିକରେ ଦେଇଥିଲା ସେ ବିଷୟରେ ସେ ଜାଣି ନଥିବା କଥା ପ୍ରକାଶ କରିଛନ୍ତି ।

Comments are closed.