ପ୍ଲାଷ୍ଟିକ୍ ବନ୍ଦ ଅଭିଯାନ

  • ଲୋକେ ଅଳ୍ପବହୁତେ ସଚେତନ ହେଲେଣି। ପ୍ଲାଷ୍ଟିକ୍ ବ୍ୟବହାର ଏବେ ଅନେକାଂଶରେ ନିୟନ୍ତ୍ରିତ ହେବାର ଲକ୍ଷ୍ୟ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ନିମନ୍ତେ ଆଉ କିଛି ବର୍ଷ ଲାଗିପାରେ ବୋଲି ଗବେଷକଙ୍କ ମତ। ଜନସାଧାରଣ ଏବେ ଅବଗତ ଯେ ଏହା କାରଣରୁ ପ୍ରଦୂଷଣର ସ୍ତର ଦିନକୁଦିନ ବଢ଼ିବାରେ ଲାଗିଛି। ପ୍ଲାଷ୍ଟିକ୍ ଥାଳି, ଚାମଚ, ଗିଲାସ ଯେ କୌଣସି ବିବାହ, ବ୍ରତଘରେ ମୁଖ୍ୟ ସାମଗ୍ରୀ ପାଲଟିଥାଏ। ତେବେ ପ୍ଲାଷ୍ଟିକ୍ ଚାମଚର ସମସ୍ୟାକୁ ସମାଧାନ କରିଛନ୍ତି ହାଇଦରାବାଦନିବାସୀ ନାରାୟଣ ପିସପତି। ସେ ଅଟାରୁ ପ୍ରସ୍ତୁତ ଏକ ଚାମଚ ତିଆରି କରିଛନ୍ତି, ଯାହାକୁ ଭୋଜନ ପରେ ଆପଣ ଖାଇପାରିବେ। ଏହି ଚାମଚରେ ଅନ୍ୟାନ୍ୟ ସୁସ୍ବାଦୁ ସାମଗ୍ରୀ ଥିବାରୁ ତାହା ମଧ୍ୟ ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପକାଇନଥାଏ। ଆଗାମୀ ଦିନରେ ସେ ଏହିଭଳି ଭାବରେ ଛୋଟଛୋଟ ଥାଳି ତିଆରି କରିବାର ଯୋଜନା କରୁଥିବାର ପ୍ରକାଶ କରିଛନ୍ତି।

Comments are closed.