ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ ପାଇଁ ସଚେତନତା

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ବିଜୁ ଯୁବବାହିନୀ ପକ୍ଷରୁ ମଙ୍ଗଳବାର ଦିନ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଚଞ୍ଚଳା ପାଣିଙ୍କ ନେତୃତ୍ବରେ ସମସ୍ତ ଏଗାରଟି ୱାର୍ଡରେ ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ସଭାପତି ଶକ୍ତିପ୍ରସାଦ ଦାଶ ବ୍ଲକ ଆତ୍ମା କମିଟିର ସଭାପତି ବେବିଲାଲ ମିଶ୍ର ଜନସାଧାରଣଙ୍କୁ ବୁଝାଇଥିଲେ । ଗ୍ରାମ ଦାଣ୍ଡ ବଜାର ହାଟରେ ବିଛାଇ ହୋଇ ପଡିଥିବା ପ୍ଲାଷ୍ଟିକ ଗୁଡିକ ଗୋଟେଇ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ବାହିନୀର ଲିଙ୍ଗରାଜ ସାହୁ ପ୍ରମୁଖ ସମସ୍ତ ସଭ୍ୟମାନେ  ଅଂଶଗ୍ରହଣ କରିଥିଲେ ।

Leave A Reply