ପ୍ଲଜ୍‌ମା ଦାନ କରିଥିବା ବ୍ୟକ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ସହାୟତାରେ ପୂର୍ଣ୍ଣ ଆରୋଗ୍ୟ କରାଯାଇ ପାରୁଛି । ଗୋଟିଏ କ୍ତିଙ୍କଠାରୁ ସଂଗୃହୀତ ପ୍ଲାଜମା ୨ ଜଣ କୋଭିଡ୍‌ ରୋଗୀଙ୍କୁ ଆରୋଗ୍ୟ କରିପାରୁଛି । ପ୍ଲାଜ୍‌ମା ଦାନ ଅଭିଯାନକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ପାଇଁ ମାନ୍ୟବର ମୁଖ୍ୟପନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ବରି
ଗସ୍ତ କରି ପ୍ଲାଜ୍‌ମା ଦାନ କରିଥିବା ୪ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀ ସଂଜୟ ଜେନା, ଶ୍ରୀ ପ୍ରକାଶ ସେଠୀ, ଶ୍ରୀ ଗୋକୁଳ ସାହୁ ଏବଂ ଶ୍ରୀ ଲକ୍ଷ୍ମଣ ଜେନା ପ୍ଲାଜ୍‌ମା ଦାନ କରିଥିଲେ । ଏହି ଅବସରରେ ବରିର ବିଧାୟିକା ସୁନନ୍ଦା ଦାଶ ଉପସ୍ଥିତ ଥିଲେ ।

Comments are closed.