ପ୍ଳାଜମା ଦେଲେ ପୁଲିସ୍‍ କର୍ମଚାରୀ

ଫୁଲବାଣୀ: ଗତ ଦିନରେ କୋଭିଡ଼ରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଫୁଲବାଣୀ ପୁଲିସ୍‍ ରିଜର୍ଭର କର୍ମଚାରୀ ସନ୍ତୋଷ କୁମାର ମେହେରା ଆଜି ବ୍ରହ୍ମପୁର ସ୍ଥିତ ଏମକେସିଜି ଡ଼ାକ୍ତରଖାନରେ ପ୍ଳାଜମା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କନ୍ଧମାଳ ଜିଲାର ଅନ୍ୟଜଣେ ମହିଳା ପୁଲିସ୍‍ ଅଧିକାରୀ ସହିତ ଜଣେ ପ୍ରଶାସନିକ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀ ମାନେ ମଧ୍ୟ ପ୍ଳାଜମା ପ୍ରଦାନ କରିଛନ୍ତି। ଆଜି ଶ୍ରୀ ମେହେରା ପ୍ଳାଜମା ପ୍ରଦାନ କରିବା ପରେ କନ୍ଧମାଳ ଏସ୍‍ପି ଏନେଇ ଟୁଇଟ୍‍ କରିବା ସହିତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି। ଏଥିସହିତ ଆହୁରି ଅନେକ କର୍ମଚାରୀ ପ୍ଳାଜମା ପ୍ରଦାନ କରି ଅନ୍ୟର ଜୀବନ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ନେଇ ମଧ୍ୟ ଏସ୍‍ପି ଟୁଇଟ୍‍ ମାଧ୍ୟମରେ ଜଣାଇଛନ୍ତି।

Comments are closed.