ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ବ୍ୟାଙ୍କ

ରାଉରକେଲା : ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ବ୍ୟାଙ୍କ । ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ ଟାରେ ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଦଘାଟନ ସମାରୋହ ପାଇଁ ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲାପାଳଙ୍କ ସମେତ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ । ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ରାଜ୍ୟରେ ପ୍ଲାଜମା ଥେରାପୀରୁ ସଫଳତା ମିଳୁଛି । ବର୍ତ୍ତମାନ ରାଜ୍ୟରେ କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟକ୍ଷମ  ହୋଇଛି ପ୍ଲାଜମା ବ୍ୟାଙ୍କ । ଆଜି ରାଉରକେଲା ଏବଂ ଆଗାମୀ ଦିନରେ ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜିରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ ।

Comments are closed.