ଲୋକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ

ବଲାଙ୍ଗିର: ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ନିକଟସ୍ଥ ଚନ୍ଦ୍ରପୁର ଗ୍ରାମର ବ୍ଲକ ଷ୍ଟାଡିୟମ ଠାରେ ଲୋକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟ ନାରାୟଣ ପୁଟେଲ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ଗ୍ରାମର ସମସ୍ତ ଫୁଟବଲ ଖେଳାଳୀ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ସମସ୍ତ ଖେଳାଳୀ ମାନଙ୍କୁ ଜଣ ପ୍ରତି ଗୋଟାଏ ଲେଖାଏଁ ବୃକ୍ଷ ଲଗାଇବା ସହ ତାର ଯତ୍ନ ନେବାକୁ ମଧ୍ୟ ଆହ୍ୱାନ କରି୍ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁବୁନ ପଟେଲ, ଦିନେଶ ଭୋଇ, ଅନିଲ ନନ୍ଦ, ରିତେଶ ନନ୍ଦ, ମନେଶ ବନଛୋର, ରଘୁ ବନଗୁଲା, ମନ ନାଗ, କୁନୁ ମିଶ୍ର, ସୁନିଲ ମଲ୍ଲିକ, ଉମାକାନ୍ତ ନାଏକ ପ୍ରମୁଖ ଖେଳାଳୀ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ। ଏହାକୁ ଶରତ କୁମାର ପଟେଲ ପରିଚାଳନା କରିଥିଲେ।