ଧଳାପଥର ଫାଣ୍ଡି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୋଲଗଡ: ଭୂମିକା ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଓ ଏହାର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଦୀପ କୁମାର ସାହୁଙ୍କ ଆବାହକତ୍ୱରେ ଧଳାପଥର ଫାଣ୍ଡି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଦମ୍ବ, କୃଷ୍ଣଚୂଡା, କରଞ୍ଜ, ବାହାଡ, ହରିଡା, ଅଁଳା, ନିମ୍ବ, ସୁନ୍ଦରୀ ପ୍ରଭୃତି ୭୫ଟି ବୃକ୍ଷ ରୋପଣ କରାଯାଇଛି।

ଏହି ଚାରା ରୋପଣ କାର୍ୟ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ତଥା ପ୍ରକୃତିବନ୍ଧୁ ଗୋବିନ୍ଦ ଚନ୍ଦ୍ର ତ୍ରିପାଠି, ଭାରତୀ ଜେନା, ସାମ୍ବାଦିକ ପାଣ୍ଡବ ସାହୁ, ଗଙ୍ଗାଧର ସାହୁ, ଦିଲ୍ଲୀପ କୁମାର ଚଉଧୁରୀ, ବେଗୁନିଆ ଥାନାର ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ସାହୁ, ଧଳାପଥର ଫାଣ୍ଡିି ଅଧିକାରୀ ସିଦ୍ଧେଶ୍ବର ମହାପାତ୍ରଙ୍କ ସହିତ ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ପାଇଁ ଏହି ପ୍ରୟାସ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନର ଟ୍ରଷ୍ଟି ମତବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.