ଗୃହରକ୍ଷୀ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: ଗୃହରକ୍ଷୀ ଦିବସ ଅବସରରେ କନ୍ଧମାଳ ଗୃହରକ୍ଷୀ ସଂଘ ପକ୍ଷରୁ ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳର ବୃକ୍ଷ ରୋପଣ ସହିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ସଂଘର ନିର୍ଦ୍ଧଷ୍ଟ କର୍ମକର୍ତ୍ତା ମାନେ ଏଥିରେ ସାମିଲ୍ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ନାରାୟଣୀ ମନ୍ଦିର ନିକଟସ୍ଥ ସିଦ୍ଦେଶ୍ୱର ମନ୍ଦିର ଚତୁଃପାର୍ଶ ସଫେଇ କରିବା ସହିତ ବୃକ୍ଷ ରୋପଣ କରିଥିଲେ। ଆଗାମି ଦିନରେ ସମସ୍ତ ଧର୍ମାନୁଷ୍ଠାନ ଓ ଅନ୍ୟ ଅଞ୍ଚଳ ମାନଙ୍କରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏଥିରେ ସଂଘର ସଭାପତି ପ୍ରଭାତ କୁମାର ସାହାଣୀ , ସଂପାଦକ ସପନ କୁମାର ମିଶ୍ର , କାର୍ଯ୍ୟକାରି ସଭାପତି ଅକ୍ଷୟ କୁମାର ରାୟ , ସହ ସଂପାଦକ ଅମିତ୍ କୁମାର କହଁର, ଉପସଭାପତି ବିରାଜ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଶେଖ୍ ରିଆଜୁଦିନ୍, ସମସ୍ତ ପରାମର୍ଶଦାତାମାନେ ଏଥିରେ ସାମିଲ୍ ଥିଲେ।

Comments are closed.