ଜୟ ଭୈରବୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ଜୟ ଭୈରବୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଷ୍ପଗିରି ଛାତ୍ରାବାସ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଓ ମଦନମୋହନ ମନ୍ଦିର ନିକଟରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ବରିଷ୍ଠ ଆଇନଜିବୀ ତାରେଣି କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା, ସମାଜସେବୀ ଚିତରଂଜନ ଦାଶ, ଆଇନଜିବୀ ଅଶୋକ କୁମାର ସାହୁ ଓ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ପ୍ରମୁଖ ଯୋଗଦେଇଥିଲେ। କ୍ଲବର ସଭାପତି ନିରୋଧ କୁମାର ମେହେରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଂପାଦକ କୈଳାଶ ବେହେରା, ବରିଷ୍ଠ ସଦସ୍ୟ ତୃପ୍ତିରଂଜନ ଦାନୀ, ସୌମିତ୍ରି କୁମାର ନାୟକ, ରଂଜନ ରଶ୍ମି ନାୟକ, ସୁବାସ ଚନ୍ଦ୍ର ପଣ୍ଡା, ମାନସ ସେଠୀ, ବୁଲୁ ମେହେର, ଦିଲ୍ଲିପ ରାଉତ, ବୁଲୁ ସାହୁ, ସୁଶୀଳ ପରିଡା, ସୁନିଲ ପରିଡା, ଅନିଲ ବେହେରା, ନିର୍ବିକାର ମେହେର, ବିନୟ ନାୟକ ଓ ରମାକାନ୍ତ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। କ୍ଲବର ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ଓ ଦୁର୍ଯ୍ୟଧନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.