ଉତ୍ତରେଶ୍ୱର ମନ୍ଦିର ନିକଟ ଗ୍ରାମ ପଡିଆରେ ଚାରା ରୋପଣ

ଚୌଦ୍ୱାର:ଚୌଦ୍ୱାର ଆଗ୍ରାହାଟ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ନିକଟ ଗ୍ରାମ ପଡିଆରେ ରବିବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ତଥା ବିଜେପି ଜିଲା ପରିଷଦ ପ୍ରର୍ଥୀ ଗଣେଶ୍ୱର ବେହେରା ଓ ପରିଡା ସାହି ଲୋକ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସହଦେବ ବରାଳ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବାକୁ ଗ୍ରାମର ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରିଷ୍ନା ରାଓ,ଜଗନ୍ନାଥ ଜେନା,ଗଣେଷ ବେହେରା,ଦୀପକ ସାମନ୍ତରାୟ,ବିବେକାନନ୍ଦ ମହାନ୍ତି.କାର୍ତ୍ତୀକ ସିଂ, ତ୍ରୀଲୋଚନ ରାଉତ ପ୍ରମୁଖ ବିଭିନ୍ନ କିସମର ଫଳ ଗଛର ଚାରା ରୋପଣ କରିଥିଲେ।

Comments are closed.