ମଙ୍ଗଳରେ ଚାରାରୋପଣ !

ପୃଥିବୀବାସୀଙ୍କ ଅବସ୍ଥା ସମୟକ୍ରମେ ଖରାପ ଦିଗକୁ ଗତି କଲାଣି। ବାରମ୍ବାର ସଚେତନ କରାଯିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ବ୍ୟବହାରରେ ନିୟନ୍ତ୍ରଣ ହୋଇନଥିବାବେଳେ ଚାରାରୋପଣ ପରସ୍ପରକୁ ଦେଖାଇହେବା ପାଇଁ ଯେପରି କରୁଛନ୍ତି; ବରଂ ଘର, ଗାଡ଼ି ଆଦି କିଣିବାରେ ଅଧିକାଂଶ ଲୋକ ଆଗ୍ରହୀ, ଆଉ ବର୍ଷ କେଇଟା ପରେ ସଂଗ୍ରହାଳୟରେ ଗଛଗୁଡ଼ିକ ସ୍ଥାନ ପାଇବେ ବୋଲି ଅନୁମାନ କରାଯାଉଛି। ନିକଟରେ ନାସାର ଗବେଷକମାନେ ସ୍ପଷ୍ଟ କରିଛନ୍ତି, ଖୁବ୍ ଶୀଘ୍ର ସେମାନେ ମଙ୍ଗଳ ଗ୍ରହରେ ଚାରାରୋପଣର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ପ୍ରୋଜେକ୍ଟ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ବିଭିନ୍ନ ମହଲରେ ଆଲୋଚନା ପରେ ପ୍ରତିବାଦର ସ୍ବର ମଧ୍ୟ ଉଠିଛି। ପ୍ରସଙ୍ଗ ହେଉଛି, ପ୍ରଥମେ ପୃଥିବୀପୃଷ୍ଠର ସବୁଜିମା ଉପରେ ପଦକ୍ଷେପ ନିଆଯାଉ। ପ୍ରଦୂଷଣର ସ୍ତର ଯେପରି ବଢ଼ୁଛି, ସଚେତନ ତଥା ସତର୍କ ଏବେଠାରୁ ନ ହେଲେ ପରିସ୍ଥିତି ଆଉ କିଛି ବର୍ଷ ମଧ୍ୟରେ ଭୟଙ୍କର ହେବାର ଆଶଙ୍କା ଦେଖାଗଲାଣି। ହାତଗଣତି କେତୋଟି ରାଷ୍ଟ୍ରମୁଖ୍ୟ ହିଁ ସେମାନଙ୍କ ଦେଶରେ ନିୟମମାନ କାର୍ଯ୍ୟକାରୀ କରାଇଛନ୍ତି। ଚାରାରୋପଣ ବିଶ୍ବର ପ୍ରତ୍ୟେକ କୋଣ, ଅନୁକୋଣରେ କରିବା ବର୍ତ୍ତମାନ ସମୟରେ ଜରୁରୀ ହୋଇପଡ଼ିଛି ହେଲେ ଗବେଷକମାନେ ମଙ୍ଗଳ ପାଇଁ ଯୋଜନା କରୁଛନ୍ତି।
ଚୀନ୍‌ରେ ପ୍ରଦୂଷଣ ସ୍ତର ସର୍ବାଧିକ ହୋଇଥିବାରୁ ସେଠିକାର କେତୋଟି ଆପାର୍ଟମେଣ୍ଟର ବାଲକୋନି ବଗିଚା ସହିତ ବିକ୍ରି ହେଉଛି। ଲୋକେ ଏଇ ଜରିଆରେ ସଚେତନ ହେବେ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆଶା।

Comments
Loading...