କ୍ୟାଚ୍‍ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଚାରା ରୋପଣ

ଚୌଦ୍ୱାର : ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଟାନ କ୍ୟାଚ୍‍ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଚାରା ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ବୀଣାପଣି ଦାସଙ୍କ ପରିଚାଳନାରେ ପୁଷ୍ପଲତା ସୁବୁଦ୍ଧିରାୟ, ତନସା ଦେବୀ, ମଞ୍ଜୁଲତା, ମଧୁସ୍ମିତା, ରତ୍ନପ୍ରଭା ପଣ୍ଡା, ଦୀପକ ସାହୁ, ଆର୍ଯ୍ୟ କୁମାର ଷଢ଼ଙ୍ଗୀ, ଆଦିତ୍ୟ ଦାସ ପ୍ରମୁଖ ସଦସ୍ୟ-ସଦସ୍ୟା ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ସ୍ଥିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପରିସରରେ ବିଭିନ୍ନ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ବାସିନ୍ଦାମାନେ ସହଯୋଗ କରିବା ସହିତ ନିଜ ନିଜର ବାରିରେ ପର୍ଯ୍ୟାପ୍ତ ଚାରା ରୋପଣ କରି ତାର ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ତରଫରୁ ପରିବେଶ ସୁରକ୍ଷା, ଯତ୍ନ ଓ ସ୍ୱଚ୍ଛତା ରକ୍ଷା ଉପରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା।

Comments are closed.