ପ୍ରକୃତି ଓ ପରିବେଶ ସୁରକ୍ଷା ଆଲୋଚନାଚକ୍ର

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ସ୍ଥିତ ବିଏସ ଉଚ୍ଚ ବିଦ୍ୟାଳୟ ୟୁଥ ଏଣ୍ଡ ଇକୋ କ୍ଲବ ପକ୍ଷରୁ  ବିଦ୍ୟାଳୟ ପରିସର ଓ ବାହାରେ ଚାରାରୋପଣ କାର୍ଯ୍ୟକ୍ରମ ସହ ପ୍ରକୃତି ଓ ପରିବେଶର ସୁରକ୍ଷା ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଧାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯାଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗଦେଇ ପ୍ରକୃତି ଓ ପରିବେଶ ସମ୍ପର୍କରେ ସାରଗର୍ଭକ ବାର୍ତ୍ତା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ସହ ଏହି ବିଦ୍ୟାଳୟର ପ୍ରାକୃତିକ ସବୁଜମୟ ପରିବେଶ ପାଇଁ ତ୍ୟାଗ ପୂର୍ଣ୍ଣ ଭାବେ କାର୍ଯ୍ୟ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଉପାୟନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଗଛ ଲଗାଇବା ଓ ଏହାର ଦାୟିତ୍ଵ ନେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ୨୩ ନଂ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ଡୁମୁରିଆ ସରପଞ୍ଚ ଗୌରହରି ନାଏକ, ସମିତି ସଭ୍ୟା ଜୟନ୍ତୀ ନାଏକ, ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତି ବନ୍ଧୁ ନୃସିଂହ ନାଥ ସିଂହ, ବନପାଳ ଚିତ୍ତରଞ୍ଜନ ପରିଡ଼ା, ମୋ ବିଦ୍ୟାଳୟ ଅଭିଯାନର କେଦାର ନାଥ ପଲେଇ, ସାମାଜିକ କର୍ମୀ ପ୍ରହ୍ଲାଦ ପଲେଇ, ଓ ଲକ୍ଷ୍ମୀଧର ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟିର ବିକ୍ରମ ଚରଣ ସେଠୀ, ବରିଷ୍ଠ ସମାଜ ସେବୀ ଉମାକାନ୍ତ ମହାନ୍ତ, ପ୍ରମୁଖ ଯୋଗ ଦେଇ ବନ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଆବଶ୍ୟକତା ଉପରେ ମତ ରଖିଥିଲେ।ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବିଶ୍ୱପ୍ରଭା ନାୟକ, ବିବେକାନନ୍ଦ ନାୟକ, ଅଞ୍ଜଳି ଗିରି, ଲାଲମୋହନ ମହାନ୍ତ, ଓ ଲତିକା ମଞ୍ଜରି ମହାନ୍ତଙ୍କ ସହ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.