ଓଡ଼ିଶା ସରସ୍ୱତୀ ପୂଜା ସମିତି ପକ୍ଷରୁ ବୃକ୍ଷରୋପଣ

ସୁଆଣ୍ଡୋ: ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଓଡ଼ିଶା ସରସ୍ୱତୀ ପୂଜା ସମିତି ଓ ଆସୁ ସଂଗଠନ ଅଳଗୁମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ ମାଲ୍ୟାର୍ପଣ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ନାବାର୍ଡର ସଂଯୋଜକ ପ୍ରାଚୁର୍ଯ୍ୟ ହୋତା, ସମବାୟ ପ୍ରକେଷ୍ଠ ସଂଯୋଜକ ବିଷ୍ଣୁଜୟ ମତଗଜସିଂହ, ସାମାଜିକ କର୍ମୀ ତିରୁପତି ଜେନା, ଗଙ୍ଗାଧର ଛାଟୋଇ, ଅମିନ ବରାଳ, ମହାବୀର ମହିଳା ଗୋଷ୍ଠୀ ଓ ଶ୍ରୀମା ମହିଳା ଗୋଷ୍ଠୀର ସଭ୍ୟାମାନେ ବୃକ୍ଷରୋପଣରେ ସହଯୋଗ କରିଥିଲେ । ନିମ୍ବ, ଅଶୋକା, ରାଧାଚୁଡା, ଅଁଳା ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା ।

 

Comments are closed.