ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଆମ୍ବେଦକର ଯୁବ ସଂଘ ପକ୍ଷରୁ ବୃକ୍ଷରୋପଣ

କଣ୍ଟାବାଞ୍ଜି: ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବେହେରେନସିଲେଟ ଆମ୍ବେଦକର ଯୁବ ସଂଘ ପକ୍ଷରୁ ସଭାପତି ରୋହନ ମହତଙ୍କ ନେତୃତ୍ଵରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ୍ବ ଗଛ, ବର ଗଛ, ପିପେଲ୍ ଗଛ,ସାବୁନ ଗଛ ଓ ବିଭିନ୍ନ ପ୍ରକାର ୧୦୦ ଟି ବୃକ୍ଷ ରୋପଣ କରାଯାଇଥିଲା। ଓ ଗାଁ ଲୋକଙ୍କୁ ବୃକ୍ଷ ରୋପଣ କରିବା ପାଇଁ ସଚେତନ କରାଯାଇଥିଲା । ବିଶ୍ଵବାସୀ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ, ଏହି ସମ୍ପଦକୁ ରକ୍ଷାକରିବା ଆମର ଦାଇତ୍ୱ ,ବ୍ୟାପକ ବୃକ୍ଷରୋପଣ ସହିତ ପରିବେଶ ଭିତିକକାର୍ୟ୍ୟକ୍ରମ କରିବା ଦରକାର, ସଭ୍ୟ ସମାଜର ଶିକ୍ଷିତବ୍ୟକ୍ତି ମାନେ ପ୍ରକୃତିକୁ ହିଁ ଧ୍ୱସଂ କରୁଛନ୍ତି, ନିଜର ସୁଖପାଇଁ ସବୁଜ ଜଙ୍ଗଲ ବଦଳରେ କଙ୍କ୍ରିଟ୍ ସହର,ଧିରେ ଧିରେ ଜଙ୍ଗଲ ଧ୍ୱସଂ ହୋଇ ଜଳବାୟୁ ଦୂଷିତ ହୋଇ ପରିବେଶ ନଷ୍ଟ ହେଉଛି । ଜନସଂଖ୍ୟା ବୃଦ୍ଧି ସହିତ ଶିଳ୍ପ ଓ ଯାନ୍ତ୍ରିକ ଯାନବାହନସଂଖ୍ୟା ବଢିବାରେ ଲାଗିଛି । ଏହା ଦ୍ବାରା ଜଙ୍ଗଲକମୁଛି,ଆଜିର ସମୟରେ ସମସ୍ତେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ବୋଲି ଆମ୍ବେଦକର ଯୁବ ସଂଘ ସଭାପତିକହିଥିଲେ । ଏହି କାର୍ୟ୍ୟକ୍ରମରେ ସଂଘର ପରାମର୍ଶଦାତା ସୁରଦାସ ବାଗ , ସଦସ୍ୟ ମୋହନ ସୁନା, ରାଜେଶ ମହାନନ୍ଦ, ଦଳଗଜନ ମହାନନ୍ଦ ହୃଦା ସୁନା, ଇଶ୍ଵର ସୁନା, ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.