ଜନ୍ମଦିନରେ ଗଛ ଲଗାଇବାକୁ ପ୍ରୀତିକ୍ରୀଷ୍ଣାଙ୍କ ଆହ୍ବାନ

କେଶଦୁରାପାଳ: ଜନ୍ମଦିନରେ ଗଛ ଲଗାଇବାକୁ ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରୀତିକ୍ରୀଷ୍ଣା ଆହ୍ବାନ କରିଛନ୍ତି। ଦିନକୁ ଦିନ ଗଛ କଟା ଯୋଗୁଁ ପୃଥିବୀର ଜଳଵାୟୁ ନଷ୍ଟ ହେବା ସହ ପରିଵେଶ ନଷ୍ଟ ହେଉଛି ବୋଲି ଗଛ ଲଗାଅ ଏହାର ଯତ୍ନ ନେଇ ବଞ୍ଚାଅ ବୋଲି ନାରା ଦେଇଛନ୍ତି ପ୍ରୀତିକ୍ରୀଷ୍ଣା, ଯିଏ କି ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ଗଛଟିଏ ଲଗାନ୍ତି ଓ ବର୍ଷସାରା ତାର ରକ୍ଷଣାବେକ୍ଷଣରେ ଲାଗିଥାଆନ୍ତି। ଗଛ ଲାଗାଇ ଜାଲି ଦେବା ସହିତ ପାଣି ମଧ୍ୟ ଦିଅନ୍ତି ଏବଂ ମଝିରେ ମଝିରେ ଗଛ ଚାରିପଟେ ବଢିଥିବା ଅନା ବନା ଗଛକୁ ସଫା କରନ୍ତି। ଏହାସହିତ ଗଛ ବଡ଼ ହେବା ଯାଏ ଯତ୍ନ ନେଉଥାଆନ୍ତି । ସରକାର ବୃକ୍ଷରୋପଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ ସ୍ଥଳେ ଗଛର ଚିହ୍ନ ବର୍ଣ୍ଣ ଦେଖାଯାଉ ନ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ ପ୍ରୀତିକ୍ରୀଷ୍ଣା ସାହୁ ନିଜ ଜନ୍ମଦିନରେ ଆଜି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ଗଛ ଲଗାଇଵା ସହିତ ଶିଶୁଠାରୁ ବୃଦ୍ଧ ଯାଏ ସମସ୍ତେ ପରିଵେଶ ପାଇଁ ଗୋଟାଏ ଗୋଟାଏ ଗଛ ଲଗାଇଵା ପାଇଁ ନିଵେଦନ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ବେଞ୍ଜାମିନ ସିର୍କା, ଦେବରାଜ ସାହୁ, ସାମ୍ବାଦିକ ରତିକାନ୍ତ ସାହୁ, ଜିତେନ୍ଦ୍ର ସାହୁ, କାଳିଆ ସାମଲ ପ୍ରମୁଖ ଯୋଗ ଦେଇ ଗଛ ଲଗାଇଵା କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। କାର୍ୟ୍ୟକ୍ରମକୁ କାହ୍ନୁ ଚରଣ ଯେନା, ପ୍ରଦୀପ ମୂଖି, ଆନନ୍ଦ ଚନ୍ଦ୍ର ମୂଖି, ବିଜୟ ମୂଖି, ଗୁରୁବା ଵିନ୍ଧାଣୀ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.