ଜର୍ମାନରେ ପୋଲ ଉପରେ ଅବତରଣ ବେଳେ ଟ୍ରକ୍‌ରେ ପିଟିହେଲା ବିମାନ

ବର୍ଲିନ – ଜର୍ମାନର ଅଟୋଭାନ୍‌ ବ୍ରିଜ ଉପରେ ଅବତରଣ କରିବା ସମୟରେ ଟ୍ରକ ସହ ବିମାନର ମୁହାଁ ମୁହିଁ ଧକ୍କା । ଗୋଟିଏ ଛୋଟିଆ ଘରୋଇ ବିମାନ ଜର୍ମାନ ବ୍ରିଜ୍‌ ଉପରେ ଅବତରଣ କରୁଥିଲା । ଏହି ସମୟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବିମାନକୁ ଧକ୍କା ଦେଇଥିଲା । ଏହି ସିଙ୍ଗଲ୍‌ ଇଂଜିନ ବିଶିଷ୍ଟ ବିମାନକୁ ଜଣେ ୭୨ ବର୍ଷିୟ ବୟସ୍କ ବ୍ୟକ୍ତି ଚଳାଉଥିଲେ। ସେ ଫ୍ରାନ୍ସରୁ ନେଦରଲ୍ୟାଣ୍ଡ ଯାତ୍ରା କରୁଥିଲେ । ଏଥିରେ ଟ୍ରକ ଡ୍ରାଇଭର୍‌ଙ୍କର କୌଣସି କ୍ଷତି ହୋଇ ନଥିବା ବେଳେ ବିମାନ ଚଳାଉଥିବା ୭୨ ବର୍ଷିୟ ପାଇଲଟ୍‌ ସାମାନ୍ୟ ଆହତ ହୋଇଛନ୍ତି ।

ବିମାନରେ ସାମାନ୍ୟ ତ୍ରୁଟି ଦେଖାଦେବାରୁ ସେ ଏହାକୁ ଅଟୋଭାନ୍‌ ବ୍ରିଜ୍‌ ଉପରେ ଅବତରଣ କରାଉଥିଲେ । ଏହି ରାସ୍ତାକୁ ସାଧାରଣତଃ କାର ଚାଳକମାନେ ବ୍ୟବହାର କରିଥାଆନ୍ତି । ଇଂଜିନ୍‌ରେ ମଝି ଆକାଶରେ ତ୍ରୁଟି ଦେଖାଦେଇଥିଲା । ଏହାର ପାଇଲଟ୍‌ ତୁରନ୍ତ ଏହାକୁ ପୋଲ ଉପରେ ଅବତରଣ କରାଇଥିଲେ । ଫ୍ରାନ୍ସ ସୀମାରେ ଥିବା ଜର୍ମାନର ଏହି ବ୍ରିଜ୍ ଉପରେ ସେ ବିମାନକୁ ଅବତରଣ କରାଇଥିଲେ । ଜର୍ମାନରେ ସ୍ପିଡ୍‌ ଲିମିଟ୍‌ ବା ଗାଡି ଚଳାଇବା ବେଳେ ବେଦ ଉପରେ କୌଣସି କଟକଣା ନାହିଁ । ଏହାର ମୋଟର ଓ୍ୱେ ବା ରାଜପଥ ବେଶ ଉନ୍ନତ । ଜର୍ମାନରେ ୧୭ ବର୍ଷରେ କାର୍‌ ଡ୍ରାଇଭିଂ ପାଇଁ ଲାଇସେନ୍ସ ଦିଆଯାଇଥାଏ । ୧୮ ବର୍ଷରୁ କୌଣସି ବି କାର୍‌ ଚାଳନା କରିହୁଏ ।

ବିମାନ ଟ୍ରକ୍‌କୁ ଧକ୍କା ଦେବାରୁ ଏହାର ଡ୍ରାଇଭରଙ୍କର କୌଣସି କ୍ଷତି ହୋଇ ନାହିଁ । ବିମାନ ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ଜରୁରୀକାଳୀନ ସେବାର ସମସ୍ତ କର୍ମଚାରୀ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ । ପରେ ରାସ୍ତାରେ ଯାତାୟତକୁ ବନ୍ଦ କରାଯାଇ ଦୁର୍ଘଟଣାଗ୍ରସ୍ତ ବିମାନ ଏବଂ ଟ୍ରକକୁ ସେଠାରୁ ହଟାଇ ଦିଆଯାଇଥିଲା ।

Comments are closed.