ବଙ୍ଗଳାଦେଶରେ ବିମାନ ଅପହରଣ ଉଦ୍ୟମ ପଣ୍ଡ, ବନ୍ଧୁକଧାରୀ ଅପହର୍ତ୍ତା ଗିରଫ

0

ଢାକା..- ବଙ୍ଗଳାଦେଶରେ ଏକ ବିମାନ ଅପହରଣ ଉଦ୍ୟମ ପଣ୍ଡ ହୋଇଯାଇଛି । ଏହି ଘଟଣାରେ ସମ୍ପୃକ୍ତଥିବା ବନ୍ଧୁକଧାରୀ ଅପହର୍ତ୍ତାକୁ ଗିରଫ କରାଯାଇଛି । ଏହି ଅପହରଣ ଉଦ୍ୟମ ହେବା ସମୟରେ ବିମାନଙ୍କୁ ଚଟଗାଁଓରେ ଥିବା ଶାହା ଅମାନତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଅପହର୍ତ୍ତା ଏକ ବନ୍ଧୁକ ସହ କକ୍‌ପିଟ୍‌ରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ବଙ୍ଗଳାଦେଶ ଏୟାରଲାଇନ୍ସ୍‌ର ଏହି ବିମାନ ଢାକାରୁ ଦୁବଇ ଯାଉଥିଲା ।

ରବିବାର ସନ୍ଧ୍ୟା ୫ଟା୪୦ ସମୟରେ ବିମାନ ଚଟଗାଁଓ ବିମାନ ବନ୍ଦରରେ ଅବତରଣ କରିଥିଲା । ଏଥିରେ ୧୪୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ କଢାଯାଇଥିଲା । ପୁଲିସ ଓ ରାପିଡ ଆକ୍ସନ ଦଳର ଯବାନମାନେ ବିମାନକୁ ଚାରିପଟୁ ଘେରି ରହିଥିଲେ ।  ପରେ ଅପହର୍ତ୍ତାକୁ ଗିରଫ କରାଯାଇ ଏହି ଘଟଣାର ତଦନ୍ତ କରାଯାଉଛି ।

Leave A Reply