ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୧୭ ମୃତ, ୪୦ ଉଦ୍ଧାର

ମଝି ଆକାଶରେ ଜଳିଗଲା ବିମାନ

ଆଜି ଦକ୍ଷିଣ ଫିଲିପାଇନ୍ସରେ ୯୨ ଜଣଙ୍କୁ ନେଇ ଯାଉଥିବା ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ସେହି ସେନା ବିମାନ ସି-୧୩୦ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଠାକାର ଜଣେ ସେନା ଅଧିକାରୀ କହିଛନ୍ତି ଯେ ବିମାନରେ ୯୨ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ପାଇଲଟ ଓ ୫ ଜଣ ବିମାନ କର୍ମଚାରୀ ଥିଲେ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ୧୭ ଜଣ ସେନା ଯବାନ ପ୍ରାଣ ହରାଇଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Comments are closed.