ରେମଡେସିଭିର ଇଞ୍ଜେକ୍ସନ ନେଇ ଆସୁଥିବା ବିମାନ ଅବତରଣବେଳେ ଦୁର୍ଘଟଣାଗ୍ରସ୍ତ

ଭୋପାଳ: ରେମଡେସିଭିର ଇଞ୍ଜେକ୍ସନ ନେଇ ଆସୁଥିବା ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଅବତରଣ ପରେ ବିମାନଟି ରନୱେରୁ ଖସିଯିବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ବିମାନର ଦୁଇ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଉଭୟଙ୍କୁ ସାମାନ୍ୟ ଆଘାତ ଲାଗିଛି।

ସୂଚନା ଅନୁସାରେ, କରୋନା ସଙ୍କଟ ମଧ୍ୟରେ ମଧ୍ୟପ୍ରଦେଶ ସରକାରଙ୍କ ଏକ ବିମାନ ରେମଡେସିଭିର ଇଞ୍ଜେକ୍ସନ ଆଣି ଗ୍ବାଲିଅର ଆସୁଥିଲା। ବିମାନରେ ରେମଡେସିଭିର ଇଞ୍ଜେକ୍ସନ ଭର୍ତ୍ତି ହୋଇଥିଲା। ଦୁର୍ଘଟଣା ପରେ ବି ଇଞ୍ଜେକ୍ସନ ସବୁ ସୁରକ୍ଷିତ ରହିଛି। କୌଣସି ଇଞ୍ଜେକ୍ସନ ନଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ୁଥିବା ରୋଗୀଙ୍କ ପାଇଁ ରେମଡେସିଭିର ଇଞ୍ଜେକ୍ସନର ଆବଶ୍ୟକତା ପଡ଼ିଥାଏ।

Comments are closed.