ବିମାନ ଦୁର୍ଘଟଣାବେଳେ ଉଦ୍ଧାର କାର୍ଯ୍ୟରେ ସାମିଲ ୬୦୦ ସ୍ଥାନୀୟ ଅଧିବାସୀ ସଙ୍ଗରୋଧରେ 

ତିରୁଅନନ୍ତପୁରମ୍ : କୋଝିକୋଡ ବିମାନ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ପ୍ରାୟ ୬୦୦ ସ୍ଥାନୀୟ ଅଧିବାସୀଙ୍କୁ ୧୪ଦିନିଆ ସଙ୍ଗରୋଧରେ ରଖାଯାଇଛି। ସେମାନେ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସିଆଇଏସ୍‌ଏଫ୍‌ର ୪୦ ଯବାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ଏଥିସହିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବିଭିନ୍ନ ସଂସ୍ଥାର ସଦସ୍ୟ ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦ଙ୍କୁ ସଙ୍ଗରୋଧରେ ରହିବା ପାଇଁ ଦୁର୍ଘଟଣା ଦିନ ପରାମର୍ଶ ଦିଆଯାଇଥିଲା। ବିମାନ ଦୁର୍ଘଟଣାରେ ମୃତ ଜଣେ ଯାତ୍ରୀ କାରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଥିଲା। ଦୁର୍ଘଟଣାରେ ଆହତ ୧୧୪ ଜଣ ଏବେବି ଚିକିତ୍ସାଧୀନ ଥିବାବେଳେ ୧୬ଜଣଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏଥିରେ ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇ ପାଇଲଟଙ୍କ ସହିତ ମୋଟ ୧୮ଜଣଙ୍କ ମୃତ୍ୟୁ ହୋଇଥିଲା।

Comments are closed.