ବିମାନ ବନ୍ଦରରେ ବିଳମ୍ବରେ ପହଞ୍ଚିବାରୁ ବିମାନ ପଛରେ ଦୌଡିଲେ ମହିଳା

0

ବାଲି .- ବାଲି ଦ୍ୱୀପରେ ଏକ ଅଭାବନୀୟ ଘଟଣା ଘଟିଛି । ବିମାନ ବନ୍ଦରରେ ବିଳମ୍ବରେ ପହଞ୍ଚିବାରୁ ଜଣେ ମହିଳା ବିମାନ ପଛରେ ଦୌଡୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି  ।  ବିଳମ୍ବରେ ପହଞ୍ଚିଥିବାରୁ ଏହି ମହିଳାଙ୍କୁ ବିମାନ ବନ୍ଦର ଭିତରେ ଥିବା ଦ୍ୱାର ନିକଟରେ ଅଟକା ଯାଇଥିଲା  ମାତ୍ର ମହିଳା ଜଣଙ୍କର ସୁରକ୍ଷା କର୍ମୀମାନଙ୍କୁ ଧକ୍କା ଦେଇ ରନଓ୍ୱେ ନିକଟକୁ ଯାଇଥିଲେ ।

ବିମାନଟି ସେହି ସମୟରେ ଉଡାଣ ଭରୁଥିବା ଦେଖି ସେ ବିମାନ ପଛରେ ଦୌଡିଥିଲେ । ଏହାପରେ ଦୁଇ ଜଣ ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ତାଙ୍କୁ ବିମାନ ପଛରେ ଦୌଡିବାରୁ ନିବୃତ୍ତ କରାଇଥିଲେ ।  ତାଙ୍କୁ ଜାକାର୍ତ୍ତା ଯିବାର ଥିଲା । ପରେ ସେ ଟିକେଟ୍‌ କିଣି ଅନ୍ୟ ଏକ ବିମାନରେ ଜାକାର୍ତ୍ତା ଯାଇଥିବା ଜଣା ପଡିଛି ।

Leave A Reply