ପବିତ୍ର ରଥଯାତ୍ରା ଅବସରରେ ଚାରାରୋପଣ

ଭୁବନେଶ୍ୱର : ଲାୟନ୍ସ କ୍ଲବ ନୟାପଲ୍ଲୀର ସଭ୍ୟ ଏବଂ ଜିଲ୍ଲା ୩୨୨ ସି୪ର ଗଭର୍ଣ୍ଣରଙ୍କ ପକ୍ଷରୁ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣ୍ଡଗିରି ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ, କ୍ଲବର ସଭାପତି ଟି. ରବି କୁମାର ପାତ୍ର, ସମ୍ପାଦିକା ଭାରତୀ ପଟ୍ଟନାୟକଙ୍କ ସମେତ ୩୦ରୁ ଅଧିକ ସଭ୍ୟ ଧର୍ମବିହାରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଚାରାରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଲାୟନ ନାୟକ ବିଦ୍ୟାଳୟର ସ୍କାଉଟ ଓ ଗାଇଡ୍ କ୍ୟାଡେଟମାନଙ୍କୁ ଚାରାରୋପଣର ଉପାଦେୟତା ଓ ତାର ରକ୍ଷଣା ବେକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। କ୍ଲବର ସଭାପତି ଲାୟନ ପାତ୍ର ବିଦ୍ୟାଳୟକୁ ଏକ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ମେସିନ୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ ଉକ୍ତ ସ୍ଥାନରେ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ବହୁ ପୂର୍ବତନ ସଭାପତି ଓ ନୂତନ କର୍ମକର୍ତ୍ତା ଯୋଗଦେଇଥିଲେ।

Comments are closed.