ଦିଲ୍ଲୀରେ ବିମାନ ଅପହରଣ ଗୁଜବ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ କାନ୍ଦାହାର ଯାଉଥିବା ଏକ ବିମାନକୁ ଅପହରଣ କରାଯିବା ନେଇ ଭୁଲ୍‍ ସତର୍କସୂଚନା ଜାରି କରାଯାଇଛି। ଆଫଗାନ ଏୟାରଲାଇନ୍ସ ବିମାନର ପାଇଲଟ ଭୁଲକ୍ରମେ ବିମାନର ହାଇଜାକ ସୁଇଚ୍‍ ଅନ୍‍ କରିଦେବାରୁ ଏହି ସତର୍କ ସୂଚନା ଜାରି କରାଯାଇଥିଲା। ବିମାନଟି ଉଡାଣ ଆରମ୍ଭ ନିମନ୍ତେ ବନ୍ଦରରେ ଥିବାବେଳେ ପାଇଲଟ ଏହି ଭୁଲ୍‍ କରିଥିଲେ। ଏହି ଘଟଣା ପରେ ବିମାନକୁ ସୁରକ୍ଷା କର୍ମୀମାନେ ଘେରାଓ କରିନେଇଥିଲେ। ସୁରକ୍ଷାକର୍ମୀମାନେ ଆବଶ୍ୟକ ଯାଞ୍ଚ କରିବା ପରେ ଦୁଇଘଣ୍ଟା ବିଳମ୍ବରେ ବିମାନଟି ଉଡାଣ ଆରମ୍ଭ କରିଥିଲା। ଅପହରଣ ଗୁଜବ ପ୍ରଚାର ସମୟରେ ବିମାନରେ ୧୨୪ଜଣ ଯାତ୍ରୀ ଓ ୯ଜଣ କର୍ମଚାରୀ ଥିଲେ।

Leave A Reply