ଚିଜ୍‍ ପିଜ୍ଜା

0

ଆବଶ୍ୟକ ସାମଗ୍ରୀ
ମଇଦା – ୨କପ
ଖାଇବା ସୋଡ଼ା – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ଦହି – ୧କପ ରୁ ସାମାନ୍ୟ କମ
ତେଲ – ଆବଶ୍ୟକ ପରିମାଣରେ
ଅଲିଭ ଅଏଲ – ଅଳ୍ପ
ପିଜ୍ଜା ସସ – ଅଳ୍ପ
କଟା ପିଆଜ – ୨ଟି
କଟା କ୍ୟାପସିକମ – ୧ଟି
ଚିଜ – ଆବଶ୍ୟକ ପରିମାଣରେ
ଇଟାଲିୟନ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ଖାଇବା ସୋଡ଼ା, ଲୁଣ, ଚିନି ଓ ଦହି ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ନରମ ଭାବେ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ୨ ଘଣ୍ଟା ରଖି ଦିଅନ୍ତୁ। ଦୁଇ ଘଣ୍ଟା ପରେ ଏହାକୁ ପୁଣି କିଛି ସମୟ ଚକଟି ଦିଅନ୍ତୁ। ଏବେ ଏହାକୁ ମୋଟା ରୁଟି ଭଳି ବେଲି ଦିଅନ୍ତୁ। ବେଲି ସାରିବା ପରେ ଏଥିରେ ଛୋଟ ଛୋଟ କଣା କରନ୍ତୁ। ଏହାପରେ ବେକିଂ ଟ୍ରେରେ ଚାରିଆଡ଼େ ଅଲିଭ ଅଏଲ ଲଗାଇ ମୋଟା ଆକାରର ବେଲା ହୋଇଥିବା ରୁଟିକୁ ରଖନ୍ତୁ। ଏହା ଉପରେ ପିଜ୍ଜା ସସ ଚାରିଆଡ଼େ ଢାଳନ୍ତୁ। ପିଜ୍ଜା ସସ ଢାଳିବା ପରେ କଟା ପିଆଜ, କ୍ୟାପସିକମ, ଚିଜ ଏହା ଉପରେ ପକାନ୍ତୁ। ଏହାର ଚାରିପାଖରେ ଅଲିଭ ଅଏଲ ଲଗାଇ ୮ ରୁ ୧୦ ମିନିଟ ମାଇକ୍ରୋୱେଭରେ ବସାଇ ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଜ ପିଜ୍ଜା ।

Leave A Reply