୨୦ରୁ ବିଶ୍ୱ ଅର୍ଥନୈତିକ ଫୋରମ୍ ବୈଠକ ; ପିୟୁଷ ଗୋଏଲ୍‍ଙ୍କ ନେତୃତ୍ୱ ଯୋଗ ଦେବ ଭାରତୀୟ ପ୍ରତିନିଧି ଦଳ

ଡାଭୋସ : ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍‍ର ବୈଠକ ଆସନ୍ତା ୨୦ ତାରିଖ ଅର୍ଥାତ ସୋମବାରଠାରୁ ଅନୁଷ୍ଠିତ ହେବ । ଚଳିତ ବର୍ଷର ବିଶ୍ୱ ଅର୍ଥନୈତିକ ଫୋରମ୍‍ର ଶୀର୍ଷକ ରହିଛି “ଏକ ସ୍ଥାୟୀ ତଥା ସହଯୋଗମୂଳକ ବିଶ୍ୱପାଇଁ ଭାଗିଦାର” ରହିଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ୍‍ ଏହି ୫୦ତମ ବିଶ୍ୱ ଅର୍ଥନୈତିକ ଫୋରମରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ । କେନ୍ଦ୍ର ଜାହାଜ ଚଳାଚଳ ତଥା ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନ୍‍ସୁଖ୍‍ ମାଣ୍ଡଭ୍ୟା ଓ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଠ ଫିସରମାନଙ୍କ ନେତୃତ୍ୱ ନେଇ ଶ୍ରୀ ଗୋଏଲ୍‍ ଫୋରମରେ ଅଂଶଗ୍ରହଣ କରିବେ।

ଶ୍ରୀ ଗୋଏଲ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ରୁଷ୍‍, ସାଉଦି ଆରବ, ସ୍ୱିଜର୍‍ଲ୍ୟାଣ୍ଡ, କେରିଆ ଓ ସିଙ୍ଗାପୁରର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାଛଡ଼ା ସେ ବିଭିନ୍ନ କମ୍ପାନୀର ସିଇଓମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ଓ ଭାରତୀୟ ରେଳବାଇରେ ପୁଞ୍ଜିନିବେଶ ବୃଦ୍ଧି ଏବଂ ଭାରତରେ ବିଶ୍ୱସ୍ତରରୁ ଅନୁଷ୍ଠାନଗତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାପାଇଁ ମଧ୍ୟ ବିଭିନ୍ନ ବୈଠକରେ ଯୋଗଦେବେ। ଡାଭୋସରେ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମରେ ବିଶ୍ୱର ପ୍ରମୁଖ ନେତୃବୃନ୍ଦ ଆନ୍ତର୍ଜାତିକ, ଆଞ୍ଚଳିକ ଓ ଶିଳ୍ପ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ପ୍ରତିବର୍ଷ ବିଚାର ବିମର୍ଶ ଓ ଆଲୋଚନା କରିଥା’ନ୍ତି ।

Comments are closed.