ସୁଖୋଇରେ ’ରୁଦ୍ରମ୍’ ଖଞ୍ଜିଲା ଭାରତ: ପ୍ରତିପକ୍ଷ ଉପରେ ନିଶାଣ ନିର୍ଭୁଲ

ନୂଆଦିଲ୍ଲୀ ଗୁରୁବାର ଦିନ ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ବାରା  ବିକଶିତ ହୋଇଥିବା ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଛି। ୩ ଅକ୍ଟୋବରରେ ଶୌର୍ଯ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଏହା ଏକ ବଡ଼ ସଫଳତା ଭାବରେ ବିବେଚନା କରାଯାଉଛି | ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ମୁହାଁମୁହିଁରେ ଭାରତ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଛି।ସେପ୍ଟେମ୍ବର ୭ ରେ, ଭାରତ ହାଇପରସୋନିକ୍ ଟେକ୍ନୋଲୋଜି ପ୍ରଦର୍ଶନକାରୀ ଯାନ (HSTDV) ପରୀକ୍ଷା କରିଥିଲା, ଯାହା ସ୍ୱରର ପାଞ୍ଚ ଗୁଣ ବେଗରେ ଗତି କରେ | ୩୦ସେପ୍ଟେମ୍ବରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରର କ୍ରୁଜ୍ ସଂସ୍କରଣ ପରୀକ୍ଷା କରାଯାଇଥିଲା, ଯାହାର ପରିସର ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି |

Comments are closed.