ରେଳମନ୍ତ୍ରୀ ପଦରୁ ପିୟୁଷ ଗୋଏଲଙ୍କୁ ହଟାଇବାକୁ କଂଗ୍ରେସର ଦାବି

0

ନୂଆଦିଲ୍ଲୀ : କଂଗ୍ରେସ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଟଏଲଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିବା ସହ ତାଙ୍କୁ ପଦରୁ ବହିଷ୍କାର କରିବାକୁ ଦାବି କରିଛି । ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଶିରଡି ସାଇ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ନାମକ ଏକ କମ୍ପାନୀର ସମ୍ପର୍କ ରହିଛି । ପିୟୁଷ ନିଜ ପଦର ଅପବ୍ୟବହାର କରି ଶିରିଡ ସାଇ ଫାର୍ମକୁ ଫାଇଦା ପହଞ୍ଚାଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ବିରାପ୍ପା ମୋଇଲି, ପବନ ଖେଡା, ଗୁଲାମ ନବୀ ଆଜାଦ ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ଦାବି କରିବା ସହ ଏନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଜବାବ ମାଗିଛନ୍ତି । କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପିୟୁଷ ଗୋଏଲ ୨୦୧୦-୧୧ରେ ଶିରିଡ଼ି ସାଇ କମ୍ପାନୀର ଅଧ୍ୟକ୍ଷ ଥିଲେ । ସେତେବେଳେ ଏହି କମ୍ପାନୀ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଏହାର ସହଯୋଗୀ ବ୍ୟାଙ୍କରୁ ୨୫୮.୬ କୋଟି ଟଙ୍କା ଋଣ ନେଇଥିଲା । ଋଣ ପରିଶୋଧ କରି ନ ପାରିବାରୁ ଏହି କମ୍ପାନୀକୁ (ଏନ୍‌ପିଏ) ଖିଲାପୀ ଘୋଷଣା କରାଯାଇଥିଲା । ତେବେ ମୋଦି ସରକାର ଶାସନକୁ ଆସିବା ପରେ ବ୍ୟାଙ୍କଗୁଡ଼ିକ ଏହି କମ୍ପାନୀର ୬୫% ଋଣ ଛାଡ଼ କରିଦେଇଥିଲେ । ସେତେବେଳକୁ ଋଣ ଓ ସୁଧ ମିଶାଇ ଶିରିଡି ସାଇ ଇଣ୍ଡଷ୍ଟ୍ରିକୁ ୬୫୧.୮୭ ଟଙ୍କା ପରିଶୋଧ କରିବାର ଥିଲା । ଏହାପରେ ଗୋୟଲଙ୍କ କମ୍ପାନୀ ଓ ତାଙ୍କ ପତ୍ନୀଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଏନେଇ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଜବାବ ରଖିବାକୁ କଂଗ୍ରେସ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନୋଟିସ୍‌ ପଠାଯାଇଛି । ଏହି ନୋଟିସ୍‌ର ଏକ ନକଲ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଛି ।

Leave A Reply