ଖୁଣ୍ଟାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଖୁଣ୍ଟା : ଖୁଣ୍ଟା ବ୍ଲକରେ ସୋମବାର ଦିନ ଏକକାଳୀନ ତିନି ଗୋଟି ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସିପିଠା ଗ୍ରାମପଞ୍ଚାୟତରେ ସରପଞ୍ଚ ସରସ୍ବତୀ ମାରାଣ୍ଡି ପିଠା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦତ୍ତ ପଣ୍ଡା, ନିର୍ବାଚିତ ଲୋକ ପ୍ରତିନିଧି ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନା ବାବଦରେ ହିତାଧିକାରୀଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହିପରି ବହନାଡ଼ା ସରପଞ୍ଚ ଧନେଶ୍ୱର ଟୁଡୁ ଓ ବଙ୍ଗରା ସରପଞ୍ଚ ମାନିନୀ ସିଂ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଅନୁରୂପ ଭାବେ ପିଠା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

Leave A Reply