ପିଠା କାର୍ଯ୍ୟକ୍ରମରେ ପ୍ରତାରଣା ଅଭିଯୋଗ, ଧାରଣାରେ ମହିଳା

0

ବଡ଼ସାହି: ପିଠା କାର୍ୟ୍ୟକ୍ରମରେ ପ୍ରତାରଣା ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସ୍ବୟଂସହାୟିକା ଗୋଷ୍ଠୀ ରାସ୍ତାରେ ଧାରଣା ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ପଟିସାରୀ ପଞ୍ଚାୟତରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ପୂର୍ବ କାର୍ୟ୍ୟସୂଚୀ ଅନୁସାରେ ଏହି ପଞ୍ଚାୟତରେ ୨ୟ ପର୍ଯ୍ୟାୟର ପିଠା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ସ୍ବୟଂସହାୟିକା ସଦସ୍ୟମାନେ ସୂଚନା ପାଇ ବିଭିନ୍ନ ପ୍ରକାରର ହାତରେ ପିଠା ତିଆରି କରି ଆଣି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ସେମାନଙ୍କୁ ଏବାବଦରେ ୧ହଜାର ଟଙ୍କା ଲେଖାଏଁ ଦେବାକୁ ଥିବା ସହାୟତା ରାଶି ଦିଆ ନଯିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା । ପୁରୁଣା ଗୋଷ୍ଠୀ ପରିବର୍ତ୍ତେ ନୂଆ ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ଋଣ ଦେବାକୁ ପ୍ରତିବାଦ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରପଞ୍ଚ ସଂଘ ଆନ୍ଦୋଳନରେ ଥିବାରୁ ସମାଧାନର ବାଟ ବାହାରିପାରି ନାହିଁ । ଜିଲାପାଳଙ୍କ ଉପସ୍ଥିତି ମହିଳାମାନେ ଉଦଳା-ବୈଶିଙ୍ଗା ରାସ୍ତାର ବଲିଚିଲିମା ଛକରେ ଧାରଣାରେ ବସିଛନ୍ତି ।

Leave A Reply