ପିତା ଶାଗ ବେସର

0

ଆବଶ୍ୟକୀୟ ସାମଗ୍ରୀ: କଟା ଆଳୁ, କଟା ବାଇଗଣ, କଟା ପିଆଜ, ବେସର ବଟା(ସୋରିଷ, ରସୁଣ,ଅଦା, ୩ଟି କଞ୍ଚା ଓ ଶୁଖିଲା ଲଙ୍କା), ତେଲ, ଲଙ୍କା ଗୁଣ୍ଡ ଓ ଆବଶ୍ୟକୀୟ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ: ପିତା ଶାଗକୁ ଚୁନା ଚୁନା କରି କାଟି ରଖନ୍ତୁ । ପିତା କମ୍ କରିବାକୁ ଚାହୁଁଥିଲେ ଶାଗକୁ ପାଣିରେ ସିଝାଇ ଚିପୁଡି ଦିଅନ୍ତୁ । ନହେଲେ ସେମିତି ମଧ୍ୟ ରାନ୍ଧି ପାରିବେ ।

ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ଶୁଖିଲା ଲଙ୍କା ଓ ଫୁଟଣ ପକାନ୍ତୁ । ଏବେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ କଟା ଆଳୁ ଓ କଟା ବାଇଗଣ ପକାଇ ଭାଜନ୍ତୁ । ଦୁଇ ମିନିଟ୍ ପରେ ସେଥିରେ ପିତା ଶାଗ ପକାଇ ଭାଜନ୍ତୁ । ୫ ମିନିଟ୍ ପରେ ଲୁଣ, ବଟା ବେସର, ଲଙ୍କା ଗୁଣ୍ଡ ଓ ପାଣି ଦେଇ ଗୋଳାଇ ଦିଅନ୍ତୁ । ଶାଗ ଓ ପରିବା ସିଝିବା ପାଇଁ ଛାଡି ଦିଅନ୍ତୁ । ମଝିରେ ଏହାକୁ ଗୋଳାଉ ଥି​‌ବେ । କିଛି ସମୟ ପରେ ପାଣି ମରିବା ସହ ପରିବା ମଧ୍ୟ ସିଝି ଯାଇଥିବ । ଏବେ ପ୍ରସ୍ତୁତ ହୋଇଗଲା ପିତା ଶାଗ ବେସର । ଏହାକୁ ପଖାଳ ବା ଉଷୁନା ଭାତରେ ଖାଇଲେ ଭଲ ଲାଗିବ ।

Leave A Reply