୧୭ ବର୍ଷର ସଂରକ୍ଷଣ କାର୍ଯ୍ୟପରେ  ୪ ସେ.ମି. ସିଧା ହେଲା ବିଶ୍ୱ ପ୍ରସିଦ୍ଧ ‘ପିସା ମୀନାର’

0

ରୋମ .- ଇଟାଲୀରେ ଥିବା ପିସା ମୀନାର ଗୋଟିଏ ପଟକୁ ଢଳି ରହିଥିବା ଯୋଗୁଁ ପ୍ରସିଦ୍ଧ । ଏହାକୁ ଲିନିଂ ଟ୍ୱାଓ୍ୱାର ବା ପିସାର ଢଳି ରହିଥିବା ମୀନାର ବୋଲି କୁହାଯାଏ । ମାତ୍ର ଏହାକୁ ଏପରି ତିଆରି କରାଯାଇ ନ ଥିଲା । ତିଆରି କରିବା ପରେ ତାର ମୂଳରେ ଥିବା ନରମ ମାଟି ଯୋଗୁଁ ଏହା ଗୋଟିଏ ପଟକୁ ଢଳି ରହିଥିଲେ ।

ଏଥିପାଇଁ ଏହା ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ରହିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିଲା । ୧୭ ବର୍ଷର ସଂରକ୍ଷଣ କାର୍ଯ୍ୟପରେ ଏବେ ପିସା ମୀନାର ୪ ସେଣ୍ଟିମିଟର ସିଧାହୋଇଛି । ଏହା ପ୍ରାୟ ୦.୫ ଡିଗ୍ରୀ ସିଧା ହୋଇଛି । ୧୧୭୩ ମସିହାରେ ପିସା ମୀନାରକୁ ନିର୍ମାଣ କରାଯାଇଥିଲା । ଏହା ସେହି ସମୟରୁ ଗୋଟିଏ ଦିଗକୁ  ଢଳିବା ଆରମ୍ଭ କରିଥିଲା । ୧୯୯୦ରେ ଏହାକୁ ୧୧ ବର୍ଷ ପାଇଁ ବନ୍ଦ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଏହାକୁ ସାଧାରଣ ଲୋକଙ୍କ ପାଇଁ ୨୦୦୧ ମସିହା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।

Leave A Reply