ପିପିଲିରେ ଆତଙ୍କବାଦ ବିରୋଧି ଦିବସ

ପିପିଲି: ପିପିଲିରେ ଗୁରୁବାର ଆତଙ୍କବାଦ ବିରୋଧି ଦିବସ ପାଳିତ ହୋଇଯାଇଛି। ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ପିପିଲି ଥାନା ପରିସରରେ ପୁଲିସ ପକ୍ଷରୁ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଶପଥ ପାଠ କରାଯାଇଥିଲା। ଆଇଆଇସି ଶରତ କୁମାର ସାହୁ ଆତଙ୍କବାଦ ବିରୋଧି ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଆମ ଦେଶରେ ଅହିଂସା ଏବଂ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖି ନିଷ୍ଠା ପୂର୍ବକ ସମସ୍ତେ ଏହି ଶପଥ ନେଇଥିଲେ ଯେ, ନିଜର ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବେ ଏବଂ ସମାଜ ମଧ୍ୟରେ ସାମାଜିକ ସଦ୍‍ଭାବ ଓ ବୁଝାମଣା ତଥା ଶାନ୍ତି ବଜାୟ ରଖିବା ପାଇଁ ଏବଂ ମାନବଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭେଦକାରୀ ଶକ୍ତିମାନଙ୍କ ସହ ସଂଗ୍ରାମ କରିବେ ବୋଲି ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ।

Comments are closed.